ବରଷାରେ ଭିଜି ଭିଜି
ସ୍ମୃତିରେ ମୁଁ ଯାଏ ହଜି
ଶ୍ରାବଣ ଆସିଛି ଆଜି ।।
ଶ୍ରାବଣ ହୋଇ ତୁମ ପ୍ରେମ ବରଷାରେ
ମୋତେ ଭିଜାଇଲ ।।
ଶ୍ରାବଣ ର ଝଡି ବର୍ଷା ପରି
ତୁମ ପ୍ରେମ ତୁହା କୁ ତୁହା
ମୋ ଉପରେ ପଡେ ଝରି ।।
ତୁମେ ଆସ ଧାରା ଶ୍ରାବଣ ନେଇ
ବର୍ଷା ରେ ଭିଜି ଭିଜି ।।
ଚାତକ ନୀର ପାଇଲା ସଦୃଶ
ଅକୁଣ୍ଠ ଚିତ୍ତରେ ମୁଁ ଚାହିଁ ରହିଥାଏ
ତୁମ ଫେରିବା ବାଟକୁ ।।
ଅସରାଏ ବର୍ଷାର ଛିଟା ତୁମ ଆଗମନକୁ ଅପେକ୍ଷା
ତୁମ ଆସିବାର ଖବର ନେଇ
ପବନ ଦଲକାଏ ସ୍ପର୍ଶ କରେ ମୋତେ ।।
ପାଦର ପାଉଁଜି ବର୍ଷା ର ବୁନ୍ଦା ସହିତ
ତାଳ ମେଳାଇ ଖୁବ୍ ନାଚେ ,ଯେମିତି
କଳାମେଘ ଦେଖି ନାଚେ ମୟୂର .....
ଅତୃପ୍ତ ତୃଷ୍ଣା କୁ ଦିଅ ମେଣ୍ଟାଇ
ଅସହ୍ୟ ଉତ୍ତପ୍ତ ମରୁବାଲିକୁ ଦିଅ ଭିଜାଇ ।।
ତୁମ ସ୍ମୃତି କୁ ନେଇ
ଶ୍ରାବଣ ଆସିଛି ଆଜି ବର୍ଷାକୁ ନେଇ
ସାଗରିକା ସାହୁ
ଛତିଆ, ଯାଜପୁର


0 Comments